Latest Odisha News

ବିରାଟ କୋହଲୀ ପାଇବେ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କପ୍ତାନ ବିରାଟ କୋହଲୀ ଏବର୍ଷ ‘ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ଼’ ପାଇବେ ବୋଲି ବିସିସିଆଇ ଘୋଷଣା କରିଛି ।

ଗତ ୨ଟି ସିଜିନର ପୁରସ୍କାର ହାସଲ କରିବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ । ତେବେ ଗତ କିଛି ଦିନ ଧରି ଉଭୟ ବ୍ୟାଟିଂ ଓ ଅଧିନାୟକତ୍ୱରେ ଉତ୍ତମ ପ୍ରଦର୍ଶନ କରିଥିବା ହେତୁ ଏହି ପୁରସ୍କାର ବିରାଟଙ୍କୁ ଦିଆଯାଉଛି ବୋଲି ଜଣାପଡ଼ିଛି ।

ସେହିଭଳି ଭାରତୀୟ ମହିଳା କ୍ରିକେଟ କପ୍ତାନ ହରମନପ୍ରୀତ କାଉର ଏବଂ ଓପନିଂ ବ୍ୟାଟସମ୍ୟାନ ସ୍ମୃତି ମାନ୍ଧନା ମହିଳା ବର୍ଗରେ ଏହି ପୁରସ୍କାର ପାଇବେ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.