Latest Odisha News

BREAKING NEWS

ରିଲିଜ୍ ହେଲା ରଜନୀକାନ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘କାଲା’

ଚେନ୍ନାଇ : ବହୁ ଘାତପ୍ରତିଘାତ ପରେ ଶେଷରେ ଆଜି ରିଲିଜ୍ ହେଲା ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ । ତାମିଲନାଡୁର ପ୍ରାୟ ସହର ବ୍ୟତୀତ ଚେନ୍ନାଇ, ମୁମ୍ବାଇ, ଦିଲ୍ଲ , ଭାରତ ଏବଂ ଭାରତ ବାହାରେ ଆଜି ଏହି ବିବାଦୀୟ ଫିଲ୍ମ ରିଲିଜ୍ ହୋଇଛି । ରଜନୀକାନ୍ତଙ୍କ ଅସଂଖ୍ୟ ଫ୍ୟାନମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।

ଦକ୍ଷିଣଭାରତୀୟ ମେଗାଷ୍ଟାର୍ ରଜନୀକାନ୍ତଙ୍କ ଫିଲ୍ମଟିଏ ରିଲିଜ୍ ହେବାକୁ ଚାହିଁ ରହିଥାନ୍ତି ତାଙ୍କର ଅଗଣିତ ଫ୍ୟାନ । ତେବେ ଚେନ୍ନାଇରେ ତାଙ୍କ ତାମିଲ ଫ୍ୟାନମାନେ ରଜନୀକାନ୍ତଙ୍କ ବିରାଟ ପୋଷ୍ଟରକୁ କ୍ଷୀର ଢାଳି ଗାଧୋଇ ଦେଇଛନ୍ତି ତ କେଉଁଠି ଗୋଟିଏ ଟନରୁ ଅଧିକ ଓଜନର ଫୁଲହାର ଲଗାଇଦେଇଛନ୍ତି ।

ଏହି ବହୁଚର୍ଚ୍ଚିତ ଫିଲ୍ମ ‘କାଲା’ ରେ ରଜନୀକାନ୍ତ ବିବାଦୀୟ କାବେରୀ ନଦୀ ଉପରେ ଏକ ଡ଼ାଇଲଗ୍ କହିଥିଲେ, ତେଣୁ ଏହାକୁ କର୍ଣ୍ଣାଟକରେ ଘୋର ବିରୋଧ କରାଯାଇଥିଲା । କର୍ଣ୍ଣାଟକ ଫିଲ୍ମ ଚାମ୍ବର୍ସ ପକ୍ଷରୁ କର୍ଣ୍ଣାଟକର ସବୁ ହଲରେ ଏହି ଫିଲ୍ମକୁ ବ୍ୟାନ କରାଯାଇଥିଲା । ତେଣୁ ଏହି ଫିଲ୍ମଟି ବିବାଦୀୟ ହୋଇ ରିଲିଜ୍ ହୋଇପଡ଼ିଥିଲା ।

ତେବେ ଅନେକ ପ୍ରତୀକ୍ଷା ପରେ ଆଜି ରିଲିଜ୍ ହୋଇଥିବା ଫିଲ୍ମଟିକୁ ଦର୍ଶକମାନେ ତାମିଲନାଡୁର ଅଧିକାଂଶ ହଲ୍ରେ ଦେଖିବାର ସୁଯୋଗ ପାଇଛନ୍ତି । ଫିଲ୍ମଟି ବେଶ୍ ବ୍ୟବସାୟିକ ସଫଳତା ହାସଲ କରି ପାରିବ ବୋଲି ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.