ମୁମ୍ବାଇ: ଭାରତର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଓ ସଙ୍ଗୀତକାର ପଳାଶ ମୁଚ୍ଛଲଙ୍କ ବିଚ୍ଛେଦ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ନିକଟରେ ଏକ ଭିଡିଓ ଏହି ସମ୍ପର୍କରେ ସୁଧାର ଆଣିଥିବା ଅନୁମାନ କରାଯାଉଛି । ଏଥିରେ ସ୍ମୃତିଙ୍କ ପିତା ଶ୍ରୀନିବାସଙ୍କୁ ପଳାଶଙ୍କ ଭଉଣୀ ପଲକ ମୁଚ୍ଛଲ ଓ ତାଙ୍କ ସ୍ୱାମୀ ମିଥୁନ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖାଯାଉଛି । ଦୁଇ ପରିବାର ମଧ୍ୟରେ ସମ୍ପର୍କରେ ସୁଧାର ଆସିଥିବା ଆଶା କରାଯାଉଛି । ଗତ ବର୍ଷ ନଭେମ୍ବରରେ ଉଭୟଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିଲା ।
ସ୍ମୃତିଙ୍କ ପିତା ଶ୍ରୀନିବାସ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏହି ସମୟ ମଧ୍ୟରେ ପଳାଶ ତାଙ୍କୁ ପ୍ରତାରଣା କରିଥିବା ସ୍ମୃତି ଅଭିଯୋଗ ଆଣିଥିଲେ । ପରେ ଏହି ବିବାହ ଭାଙ୍ଗି ଯାଇଥିଲା । ତେବେ ଏହି ଭିଡିଓର ସତ୍ୟତା ଜଣାପଡି ନାହିଁ । କେତେକ ୟୁଜର୍ସ ଏହା ପୁରୁଣା ଭିଡିଓ ବୋଲି ମଧ୍ୟ କହୁଛନ୍ତିି । ଅବଶ୍ୟ ପ୍ରଶଂସକମାନେ ଉଭୟଙ୍କ ମଧ୍ୟରେ ବୁଝାମଣା ହେଉ ବୋଲି ଚାହୁଁଛନ୍ତି ।