ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ସ୍ମୃତିରେଖା । ସେପଟେ ଶାସକ ବିଜେଡି ସହ ହାତ ମିଳାଇଥିବାରୁ ସ୍ମୃତିରେଖା ଇସ୍ତଫା ଦେଇଥିବା କହିଛି କଂଗ୍ରେସ ।
Comments are closed.