ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଦେଖିବାକୁ ମିଳିଛି ନାଗ ସାପ। ସନ୍ଧ୍ୟା ୮ଟା ସମୟରେ ଏହି ନାଗ ସାପଟି ପଶି ଯାଇଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ ସହଯୋଗରେ ସାପଟିକୁ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁଯାୟୀ, ରାଜଭବନ ଛକରେ ଥିବା VIIR-1 କ୍ୱାର୍ଟରରେ ରହୁଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସରକାରୀ ବାସ ଭବନରେ ଆଜି ସନ୍ଧ୍ୟା ୮ ଟା ସମୟରେ ଏକ ବଡ ନାଗ ସାପ ପଶି ଯାଇଥିଲା। ସାପଟି ଫାଟକ ପଟୁ ପଶି ଘର ଆଡ଼କୁ ଯାଉଥିବା ସମୟରେ, ସୁରକ୍ଷା କର୍ମୀ ଏବଂ ଘର ଲୋକେ ସାପକୁ ଦେଖି ଘଉଡାଇଥିଲେ।
ଏହାପରେ ସାପଟି ଫାଟକ ତଳେ ପଡିଥିବା ପାଇପ ଭିତରେ ପଶି ଯାଇଥିଲା। ସେଇ ପାଇପର ଉଭୟ ପାର୍ଶ୍ଵକୁ କାଗଜ ବିଣ୍ଡା ଦେଇ ବନ୍ଦ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବ ପରେ ଶ୍ରୀ ମଲ୍ଲିକ ସାପଟିକୁ ବ୍ୟାଗରେ ଭର୍ତ୍ତି କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଥିବା ଜାଣିବାକୁ ମିଳିଛି।