Latest Odisha News

BREAKING NEWS

ଜୋତା ଭିତରେ ଲୁଛିଥିଲା ତମ୍ପ ସାପ, ଯୁବକ ପିନ୍ଧିବା ବେଳେ…

ଭୁବନେଶ୍ବର: ଆମେ ସାଧାରଣତଃ ବାହାରକୁ ଯିବା ସମୟରେ ରଖାହୋଇଥିବା ଜୋତାକୁ ନଦେଖି ପିନ୍ଧିଦେଉଛେ । ହେଲେ ଅନେକ ସମୟରେ ଟିଭି ହେଉ କି ସୋସିଆଲ ମିଡିଆ ସବୁଥିରେ ଖବର ଆସୁଛି ଯେ, ଜୋତା ଭିତରେ ସାପ କିମ୍ବା ଅନ୍ୟ ଶରିସୃପ ରହୁଥିବାର । ଯାହା ଅତି ବିପଜ୍ଜନକ ଅଟେ । ଆଉ ବର୍ଷା ଦିନେ ତ ଏହା ସାଧାରଣ କଥା ଅଟେ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ସ୍ଥିତ ଚକେଇ ସିଆଣିରେ ।

ଆଜି ଜୋତା ପିନ୍ଧିବା ବେଳେ ଜଣେ ଯୁବକଙ୍କୁ କାମୁଡି ଦେଇଛି ତମ୍ପ ସାପଟି । ଏନେଇ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ଏପରିକି ଯେ, ଚକେଇ ସିଆଣିରେ ଭଡ଼ାରେ ରୁହନ୍ତି ସୁନିଲ ପଣ୍ଡା । ସେ ଆଜି ନିଜର କର୍ମକ୍ଷେତ୍ରକୁ ଯିବା ପାଇଁ ରେଡି ହେଇ ଜୋତା ପିନ୍ଧିବା ବେଳକୁ ଜୋତ କୁ ଧରିଥିବା ବେଳେ ଭିତରେ ଥିବା ଏକ ସାପ ତାଙ୍କ ଡ଼ାହାଣ ହାତ ବୁଢ଼ା ଆଙ୍ଗୁଠିକୁ କାମୁଡି ଦେଇଥିଲା । ଏହାପରେ ତାଙ୍କ ରୁମ୍ ରେ ରହୁଥିବା ବନ୍ଧୁ ମାନେ ତାଙ୍କ କଚଟି ଉପରକୁ ଦଉଡ଼ିରେ ବାନ୍ଧି କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ଅନ୍ୟ ଜଣେ ଯୁବକ ସାହସ କରି ସେଇ ଜୋତାକୁ ଏକ ଅଖା ଭିତରେ ଭର୍ତ୍ତି କରି ମୁହଁ ବାନ୍ଧି ଦେଇଥିଲେ ।

ଏହାପରେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପ ଉଦ୍ଧାର କରିବା ପାଇଁ ଯୋଗାଯୋଗ କରିଥିଲେ । ଶୁଭେନ୍ଦୁଙ୍କ ଠାରୁ ଖବର ପାଇ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ରାଜେଶ୍ ସୁତାର ଘଟଣାସ୍ଥଳରେ ପହଞ୍ଚି ସେଇ ଅଖା ଖୋଲିବା ବେଳକୁ ସାପଟି ସେଇ ଜୋତା ଭିତରେ ହିଁ ଥିଲା । ସାପଟିକୁ କୌଶଳକ୍ରମେ ବାହାରକୁ ଆଣି ଏକ ଫୁଟ୍ ଲମ୍ବର ତମ୍ପ ସାପକୁ ଉଦ୍ଧାର କରିଥିଲେ ରାଜେଶ୍ । ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଜୋତା ପିନ୍ଧିବା ପୂର୍ବରୁ ତା ଭିତରେ ସମ୍ଭାବ୍ୟ ସାପ ବା ବିଛା ଅଛି କି ନାହିଁ ଜାଣିବା ପାଇଁ ଝାଡ଼ିବା ବେଳେ ଜୋତା ଭିତରେ ଆଙ୍ଗୁଠି ଭର୍ତ୍ତି କରି ନ ଧରି, ଆଗ ପଟୁ ଧରି ଝାଡିବା ପାଇଁ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.