ପୁରୀ: ମହାମାରୀ କରୋନା ଜିନିତ କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କମ ସଂଖ୍ୟକ ଦଇତାପତିଙ୍କ ସମେତ ଅନ୍ୟ ୧୦ ଟି ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବକ ମାନେ ନୀତି ସମ୍ପନ୍ନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
ଅଧିକ ପଢନ୍ତୁ: ପୁଣି ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ନିର୍ଦ୍ଦେଶ ଦେଲେ ନବୀନ
ସରକାରଙ୍କ ନିୟମ ଅନୁଯାୟୀ ସେବାରେ ସମ୍ପୃକ୍ତ ଥିବା ସମସ୍ତ ସେବକଙ୍କ କୋଭିଡ ପରୀକ୍ଷା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଅପରପକ୍ଷରେ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା ବେଳେ ପହଣ୍ଡି ପାଇଁ ୧୫୦ ଜଣ ଦଇତାପତି ସେବକ ରହିବା ନେଇ ଦଇତା ନିଯୋଗ ତାଲିକା ପ୍ରସ୍ତୁତ କରିଥିଲା ।
ଉକ୍ତ ତାଲିକା କୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ବୁଧୁବାର ଏବଂ ଗୁରୁବାର ଦୁଇ ଦିନ ଧରି ସ୍ନାନ ଯାତ୍ରାରେ ନିୟୋଜିତ ହେବାକୁ ଥିବା ଦଇତାପତି ସେବକଙ୍କ କରୋନା ଟେଷ୍ଟ କରାଯିବ ନେଇ ନିଷ୍ପତ୍ତି ନେଇଥିଲା । ଆଜି ୭୫ ଜଣ ଦଇତାପତି ସେବକଙ୍କ କୋଭିଡ ଟେଷ୍ଟ ପାଇଁ ସ୍ବାବ ନିଆଯିଇଥିବା ବେଳେ କାଲି ଆଉ ୭୫ ଜଣଙ୍କର ସ୍ବାବ ଟେଷ୍ଟ ପାଇଁ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Comments are closed.