Latest Odisha News

BREAKING NEWS

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର ବସ୍ ମାଲିକ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଆସନ୍ତାକାଲିଠାରୁ ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି ।

ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ , ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ କିଛି ବସ୍ ଚଳାଚଳ କରିବ । ୧୦ ଦିନ ମଧ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହେବ । ସରକାରଙ୍କ କୋଭିଡ-୧୯ ଗାଇଡଲାଇନ୍ ଅନୁଯାୟୀ ଯାତ୍ରୀଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ସଂଘର ଦାବି ଉପରେ ସରକାର ରାଜି ହୋଇଛନ୍ତି । ଖୁବଶୀଘ୍ର ବସ ଉପରୁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହେବ ।

Leave A Reply

Your email address will not be published.