Latest Odisha News

BREAKING NEWS

ସାହାରା ମରୁଭୂମିରେ ବରଫର ଚାଦର !

ରିୟାଦ: ସାହାରା ମରୁଭୂମିର ତାପମାତ୍ରା ପ୍ରାୟତଃ ୨୫ ରୁ ୩୦ ଡିଗ୍ରୀ ସର୍ବଦା ରହିଥାଏ । ମାତ୍ର ଦ୍ରୁତ ଜଳବାୟୁ ପରିବର୍ତନ ଯୋଗୁ ଏଠାରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି । ଏଥର ଏଠାରେ ୫୦ ବର୍ଷର ରେକର୍ଡ ଭାଙ୍ଗିଛି । ସାହାରା ମରୁଭୂମିର ଏବେ ବରଫର ଚାଦର ପଡିଥିବାରୁ ଦେଖିବାକୁ ମିଳିଛଇ । ସାଉଦି ଆରବର ଅସୀର ଅଂଚଳରେ ଏହି ତୁଷାରପାତ ହୋଇଛି ।

ସ୍ଥାନୀୟ ବାସିନ୍ଦାକୁ ଏହି ନୂତନ ଅନୂଭୂତି ରୋମାଂଚ ଦେଉଥିଲେ ମଧ୍ୟ ଜଳବାୟୁ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହାର ସକାରାତ୍ମକ ଦିଗ ନେଇ ମଧ୍ୟ କିଛି ବୈଜ୍ଞାନିକ ଆଶାୟୀ ହୋଇ ପଡିଛନ୍ତି । ସେମାନଙ୍କ ମତରେ ୧୫ ହଜାର ବର୍ଷ ମଧ୍ୟରେ ଏହି ମରୁଭୂମିି ଜଙ୍ଗଲମୟ ହୋଇ ଉଠିବ । ଉତର ଆଫ୍ରିକାର ଅଧିକାଂଶ ଅଂଚଳକୁ ସାହାରା ମରୁଭୂମି ଘେରି ରହିଛି ।

Leave A Reply

Your email address will not be published.