ଭୁବନେଶ୍ୱରରୁ ୧୦୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ
ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୧୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଗତକାଲି ଭୁବନେଶ୍ୱର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ ଚଢ଼ାଉ କରି ଧଳା ଜହର ଜବତ କରିଛି ଏସଟିଏଫ୍ । ଗିରଫ ମହିଳାଙ୍କ ନିକଟରୁ ନଗଦ ୧୨ହଜାର ୫୮୦ ଟଙ୍କା ଜବତ କରାଯାଇଛି | ଏନେଇ କ୍ୟାପିଟାଲ ଥାନାରେ ରୁଜୁ ହୋଇଛି ମାମଲା ।