Latest Odisha News

ପ୍ରବଳ ଥଣ୍ଡା: ସୁନ୍ଦରଗଡରେ ବର୍ଷର ପ୍ରଥମ ତୁଷାରପାତ

ସୁନ୍ଦରଗଡ: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ଅନୁଭୂତ ହେଉଛି ଶୀତର ପ୍ରକୋପ ।  ଏହାର ପ୍ରଭାବରେ ସୁନ୍ଦରଗଡ କୋଇଡାରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।  ଫଳରେ ଅସ୍ତବ୍ୟସ୍ତ ହୋଇଛନ୍ତି ଜନଜୀବନ । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ଆଦି ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ।

ସେହିପରି ଶିମିଳିପାଳରେ ମଧ୍ୟ ରାତି ତାପମାତ୍ରା ୩କୁ ଖସିଛି । ପ୍ରବଳ ଥଣ୍ଡା କାରଣରୁ ସକାଳୁ ସକାଳୁ କୁହୁଡି ସାଙ୍ଗକୁ ଘାସ ଉପରେ ବରଫ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ବାରିପଦାରେ ମଧ୍ୟ ସକାଳୁ ସକାଳୁ ଶୀତର ପ୍ରକୋପ ଅନୁଭୂତ ହୋଇଛି ।  ଖେଳ ପଡିଆ, ଘାସ, ରାସ୍ତା ସବୁ କିଛି ବରଫ ଗାଲିଚା ଭଳି ଭ୍ରମ ସୃଷ୍ଟି କରିଛି । ଅନ୍ୟପଟରେ ପାଣିପାଗ ବିଭାଗ ସୁନ୍ଦରଗଡ ଜିଲ୍ଲାକୁ ଶୀତପ୍ରବାହ ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ।

Leave A Reply

Your email address will not be published.