Latest Odisha News

BREAKING NEWS

କୃଷି କ୍ଷେତ୍ରରେ ଚାକିରିର ଯଥେଷ୍ଟ ସୁଯୋଗ ରହିଛି – ବିଶିଷ୍ଟ କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ରାୟ

ଭୁବନେଶ୍ୱର : କୃଷି ବିଜ୍ଞାନ ପାଠ୍ୟକ୍ରମକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଭୟ ସରକାରୀ ସଂସ୍ଥା ସହିତ ବିଭିନ୍ନ ସଂସ୍ଥା ଏବଂ ଗବେଷଣା ପ୍ରତିଷ୍ଠାନରେ ଚାକିରିର ସୁଯୋଗ ରହିଥିବା କହିଛନ୍ତି ବିଶିଷ୍ଟ କୃଷି ବିଶେଷଜ୍ଞ ପ୍ରଫେସର ଡି.ପି. ଋାୟ ।

କିନ୍ତୁ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଖୁବ୍ ଶୃଙ୍ଖଳିତ ଭାବେ ଦୃଢ଼ ପରିଶ୍ରମ କରିବାକୁ ପଡ଼ିବ ବୋଲି ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଷଷ୍ଠ ଓରିଏଂଟେସନ୍ ପ୍ରୋଗ୍ରାମ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ପ୍ରଫେସର ରାୟ ।

ସୋଆ ସଭାପତିଙ୍କର ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ କହିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସର ପ୍ରଥମ ବ୍ୟାଚ୍ର ୧୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬ ଜଣ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଦ୍ୱାରା ପରିଚାଳିତ ଜୁନିୟର ରିସର୍ଚ୍ଚ ଫେଲୋ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହା ଏକ ବଡ଼ ସଫଳତା ବୋଲି ସେ କହିଥିଲେ ।

ଯଦିଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ଅନ୍ୟ ସଂସ୍ଥା ତୁଳନାରେ ନୂଆ କରି ଆରମ୍ଭ ହୋଇଛି ତେବେ ଏଠାରେ ଖୁବ୍ ଭଲ ଭିତିଭୂମି ରହିଛି ଏବଂ ଖୁବ୍ ଶୀଘ୍ର ପିଏଚ୍ଡି କୋର୍ସ ଆରମ୍ଭ ହେବ ଏବଂ ଏଗ୍ରିକଲ୍ଚରାଲ ରିସର୍ଚ୍ଚ ଷ୍ଟେସନ୍ ଆରମ୍ଭ କରିବା ନେଇ ଯୋଜନା ରହିଥିବା ପ୍ରଫେସର ରାୟ କହିଛନ୍ତି ।

ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚାରଲ୍ ସାଇନ୍ସେସ୍ର ପ୍ରଥମ ଡିନ୍ ପ୍ରଫେସର ଏନ୍.କେ. ଧଳ ନୂଆ ବ୍ୟାଚର୍ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କୃଷି ବିଜ୍ଞାନ କ୍ଷେତ୍ରରେ ଅନେକ ସୁଯୋଗ ରହିଛି ।

କ୍ଲାଇମେଟ୍ ଚେଞ୍ଜ ଏବଂ ଚାଷଜମିର ପରିମାଣ କମିଚାଲିଥିବା ଯୋଗୁଁ ଏହା ଦ୍ୱାରା ୨୦୫୦ ବେଳକୁ ବିଶ୍ୱରେ ଖବୁ୍ ବଡ ଧରଣର ଖାଦ୍ୟ ସଂକଟ ଦେଖାଦେବ । ତେଣୁ କୃଷି ବିଜ୍ଞାନୀମାନେ ଫସଲ ଉତ୍ପାଦନ କିଭଳି ଦ୍ୱିଗୁଣିତ କରାଯାଇପାରିବ ସେ ନେଇ ଚେଷ୍ଟା ଚଳାଇଛନ୍ତି ବୋଲି ପ୍ରଫେସର ଧଳ କହିଥିଲେ । ଭବିଷ୍ୟତରେ କୃଷି ବିଜ୍ଞାନୀମାନଙ୍କର ଅନେକ ଆବଶ୍ୟକତା ପଡ଼ିବ ବୋଲି ସେ କହିଛନ୍ତି ।

ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍ର ଡିନ୍ ପ୍ରଫେସର ପି. ମହାପାତ୍ର ଏବଂ ଡିନ୍ ପ୍ରଫେସର ବି.କେ. ସାହୁ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ । ଆସୋସିଏଟ୍ ଡିନ୍ ପ୍ରଫେସର ପି.କେ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.