Latest Odisha News

BREAKING NEWS

ସୋଆ ଆସିଷ୍ଟାଣ୍ଟ ପ୍ରଫେସରଙ୍କ କୃତିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନଭର୍ସିଟି) ପରିଚାଳିତ କୃଷି ବିଜ୍ଞାନ କଲେଜ (ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍)ର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଲିକନ୍ କୁମାର ଆଚାର୍ଯ୍ୟ ଏଗ୍ରିକଲଚରାଲ୍ ରିସର୍ଚ୍ଚ ସର୍ଭିସେସ୍ ପରୀକ୍ଷାରେ ପ୍ଲାଣ୍ଟ ପାଥୋଲୋଜି ବିଭାଗରେ ସାରା ଭାରତରେ ଏକ ନମ୍ବର ସ୍ଥାନ ହାସଲ କରି କୃତିତ୍ୱ ଅର୍ଜନ କରିଛନ୍ତି ।

ଏଗ୍ରିକଲଚରାଲ୍ ସାଇନଟିଷ୍ଟସ୍ ରିକ୍ର‌୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ପରିଚାଳିତ ଏହି ସର୍ବଭାରତୀୟ ପରୀକ୍ଷାରେ କୃତିତ୍ତ୍ୱ ହାସଲ କରିଛନ୍ତି ଡକ୍ଟର ଆଚାର୍ଯ୍ୟ ।

ସେ ଓୟୁଏଟି ଅନ୍ତର୍ଗତ ଚିପଲିମା କୃଷି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ପଶ୍ଚିମବଙ୍ଗର ବିଧାନ ଚନ୍ଦ୍ର କୃଷି ବିଶ୍ୱବିଦ୍ୟାଳୟରୁ ପ୍ଲାଣ୍ଟ ପାଥୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

ବର୍ତ୍ତମାନ ସେ ସୋଆ କୃଷି ବିଜ୍ଞାନ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.