Latest Odisha News

BREAKING NEWS

ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ, ଭିଡିଓ ଭାଇରାଲ

ରାଉରକେଲା: ରାଉରକେଲାର ହାରପାଲି ବସ୍ତି ନିକଟରେ ଜଣେ ୧୭ ବର୍ଷୀୟ ବାଳିକାକୁ କେହି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ମଙ୍ଗଳବାର ଦିନ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଏଭଳି ଅଭାବନୀୟ ଘଟଣା ଜୁଲାଇ ୮ ତାରିଖରେ ଘଟିଥିବାବେଳେ ଏନେଇ ପିଡିତାଙ୍କ ପରିବାର ସୋମବାର ଦିନ ବୀରମିତ୍ରପୁର ଥାନାରେ ଏତଲା ଦେବାପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଦୁଷ୍କର୍ମ ବେଳର ଏକ ଭିଡିଓ ଭାଇରାଲ ହେବାପରେ ପରିବାର ବର୍ଗ ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ତେବେ ଉକ୍ତ ଭିଡିଓରେ ପ୍ରାୟ ୮ରୁ ୧୦ ଜଣ ବ୍ୟକ୍ତି ଦେଖାଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.