Latest Odisha News

BREAKING NEWS

କୋଭିଡ୍ ମୁକାବିଲାରେ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ ସୋଆ ପ୍ରତିଷ୍ଠାତା

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କନକ୍ଳେଭ ‘ଜାତି ନନ୍ଦିଘୋଷ’ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ସମୟରେ ମୁକାବିଲା ପାଇଁ ପ୍ରଫେସର ନାୟକଙ୍କ ଅବଦାନ ପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଫେସର ନାୟକଙ୍କ ପକ୍ଷରୁ ଏହି ସମ୍ବର୍ଦ୍ଧନା ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଗ୍ରହଣ କରିଥିଲେ ।

ଏଥି ସହିତ କନକ୍ଳେଭରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟ, ଅଭିନେତା ସବ୍ୟସାଚୀ ମିଶ୍ର, ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ, ସିରାଜୁଦ୍ଦିନ କମ୍ପାନୀ ପ୍ରାଇଭେଟ୍ ଲିମିଟେଡର ଅଧ୍ୟକ୍ଷ ମହମ୍ମଦ ସିରାଜୁଦ୍ଦିନ, ଏସ୍ଏନ୍ ମହାନ୍ତି ଗ୍ରୁପ୍ର ଏମ୍ଡି ପ୍ରବୋଧ ମହାନ୍ତି, ଫାଲକନ ମେରାଇନ ଏକ୍ସପର୍ଟ ଲିମିଟେଡର ଏମ୍ଡି ତାରାପ୍ରସାଦ ପଟ୍ଟନାୟକ, ବରିଷ୍ଠ ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ବାର୍କର ଯୁବ ବୈଜ୍ଞାନିକ ଓମ୍ ବିବର୍ତ୍ତ, ଐତିହାସିକ ଅନୀଲ ଧୀର, ଟ୍ୱିଟର ଗାର୍ଲ ଚାରୁବାଳା ବାରିକ, ଐତିହ୍ୟ ଗବେଷକ ପ୍ରତୀକ ପଟ୍ଟନାୟକ ଓ ଉତ୍କଳିକା କତାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

Comments are closed.