Latest Odisha News

BREAKING NEWS

ପୂର୍ବ ଭାରତର ସବୁଠୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟାଇମ୍ସ ଅଫ୍ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜ୍‌ନେସ୍ ଆୱାର୍ଡ-୨୦୨୦ରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସୋଆର ରେଜିଷ୍ଟ୍ରାର୍ ପ୍ରଫେସର ବିଭୁତି
ଭୂଷଣ ପ୍ରଧାନ ବଲିଉଡ୍ ତାରକା ଅନୀଲ କପୁରଙ୍କ ଠାରୁ ଏହି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ମନ୍ତଣାଳୟ ପକ୍ଷରୁ ପରିଚାଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ
(ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆ ଦେଶରେ ୨୪ତମ ସ୍ଥାନ ହାସଲ କରିଛି ।

ସୋଆ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍
ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ନର୍ସିଂ, ଲିଗାଲ୍
ଷ୍ଟଡିଜ୍ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଭଳି ପାଠ୍ୟକ୍ରମ ରହିଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଗୃହମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ସ୍କିଲ୍ ଡେଭଲପ୍‌ମେଂଟ୍
ଅଥୋରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଓଡ଼ିଶା ଶାଖାର ଚିଫ୍ ଜେନେରାଲ୍ ମ୍ୟାନେଜର ବୀଣା କାଲା, ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ନୀତିନ୍ ଜୱାଲେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Leave A Reply

Your email address will not be published.