Latest Odisha News

କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ ସହ ଯୋଡ଼ି ହେଲା ସୋଆ

ଭୁବନେଶ୍ବର : ଭାରତରେ କାର୍ଯ୍ୟକାରୀ ହୋଇଛି କକ୍ରେନ୍ ଇଣ୍ଡିଆ ନେଟଓ୍ବର୍କ । ଏହି ନେଟଓ୍ବର୍କରେ ଆଫିଲିଏଟେଡ୍ ସେଣ୍ଟର ଭାବେ ଯୋଡି ହୋଇଛି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ତଥ୍ୟ ପ୍ରଦାନ ପରିପ୍ରେକ୍ଷୀରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ନିକଟରେ ଭର୍ଚ୍ଚୁଆଲରେ ଶୁଭାରମ୍ଭ ହୋଇଛି ସିଆଇଏନ୍ ।

କକ୍ରେନ୍ ହେଉଛି ୟୁନାଇଟେଡ୍ କିଙ୍ଗଡମ୍ର ,କ ସଂସ୍ଥା । ଯାହା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରିଥାଏ । ଏନେଇ ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସର ଡିନ୍ ପ୍ରଫେସର ନୀତା ମହାନ୍ତି । ସିଆଇଏନ ସହିତ ଯୋଡି ହୋଇଥିବା ୯ଟି ଅନୁଷ୍ଠାନ ମଧ୍ୟରୁ ସୋଆ ଅନ୍ୟତମ ହୋଇଥିବା ବେଳେ, ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନ ଗୁଡିକ ହେଉଛି ନୂଆଦିଲ୍ଲୀର ଏମସ, ଆଇସିଏମଆର, ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ୍, ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ, ଲକ୍ଷ୍ନୌର କିଙ୍ଗ ଜର୍ଜସ ମେଡିକାଲ ବିଶ୍ବବିଦ୍ୟାଳୟ, ମଣିପାଲ୍ ଏକାଡେମୀ ଅଫ୍ ହାଇଅର ଏଜୁକେଶନ୍, ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଓ ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ।

କାର୍ଯ୍ୟକ୍ରମରେ ପ୍ରାୟ ୧ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିବା ବେଳେ, ନୀତି ଆୟୋଗର ସଦସ୍ୟ ଡଃ ବିନୋଦ ପଲ୍ ଯୋଗ ଦେଇ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ତଥ୍ୟ ପ୍ରଦାନକୁ ନେଇ କକ୍ରେନ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ବାସ୍ଥ୍ୟ ଗବେଷଣା ବିଭାଗର ସଚିବ ତଥଶ ଆଇସିଏମଆରର ନିର୍ଦ୍ଦେଶକ ଜେନେରାଲ ପ୍ରଫେସର ବଳରାମ ଭାର୍ଗବ ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.