Latest Odisha News

BREAKING NEWS

[ଭିଡ଼ିଓ ] ମଧ୍ୟାହ୍ନଭୋଜନ ଚାଉଳ ପାଇଁ ଚାଲିଲେ ୨୦ କିଲୋମିଟର

ସୁକିନ୍ଦା: ପୁଣି ସାମନାକୁ ଆସିଲା ନଗଡ଼ାର ଆଉ ଏକ ଦୟନୀୟ ଚିତ୍ର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ବହୁ ଚର୍ଚ୍ଚିତ ନଗଡ଼ା । ମୁଣ୍ଡରେ ଚାଉଳ ବସ୍ତା ମୁଣ୍ଡାଇ ପାହାଡ଼ିଆ ରାସ୍ତାରେ ୨୦ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । କରୋନା ଯୋଗୁ ପିଲାଙ୍କୁୂ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଦିଆଯାଉଛି । ହେଲେ ଏହି ଚାଉଳ ଗଣ୍ଡାକ ନେବାକୁ ୨୦ କିଲୋମିଟର ଦୂର ପାହାଡ଼ ତଳେ ଥିବା ଦେଓଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସୁଛନ୍ତି ପିଲା ମାନେ । ଏମିତିକି କହିବାକୁ ଗଲେ ୨୦ କିଲୋମିଟର ପାଦରେ ଚାଲିଯାଉଛନ୍ତି ଏମାନେ ।

ନଗଡ଼ାରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାମାନେ ପାହଡତଳେ ଥିବା ସ୍କୁଲକୁ ପଢିବାକୁ ଯାଉଛନ୍ତି । ଏବେ କରୋନା ଯୋଗୁ ମଧ୍ୟାହ୍ନ ଭୋଜନ ବଦଳରେ ଚାଉଳ ଯୋଗାଯାଉଛି । ହେଲେ ମାଇଲ ମାଇଲ ବାଟ ପାଦରେ ଚାଲି ଚାଲି ପହଂଚୁଛନ୍ତି ପିଲାଏ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
;

Leave A Reply

Your email address will not be published.