Latest Odisha News

BREAKING NEWS

ମମିତା ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର , ବିରୋଧୀଙ୍କୁ ପ୍ରମାଣ ମାଗିଲେ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମହାଲିଙ୍ଗ ମମତା ମେହେର ହତ୍ୟା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ମମିତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।ମୋର ଏହି ଅପରାଧ ସହ କୌଣସି ବି ସମ୍ପର୍କ ନାହିଁ ।

ଯଦି ଆପଣଙ୍କ ପାଖରେ କୌଣସି ପ୍ରମାଣ ଅଛି ତେବେ ଦିଅନ୍ତୁ ମୁଁ ପଦରୁ ଇସ୍ତଫା ଦେବି । ମମିତା ମେହେର ହତ୍ୟା ମାମତାରେ ମୁହଁ ଖୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏଥିସହ ବିରୋଧୀ ରାଜନୈତିକ ଦଳ ସମେତ କିଛି ଗଣମାଧ୍ୟମଙ୍କୁ ଘଟଣାର ପ୍ରମାଣ ମାଗିଛନ୍ତି କହିଛନ୍ତି । ଯଦି ଏହି ଘଟଣାରେ ମୋ ବିରୁଦ୍ଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ପୋଲିସ କିମ୍ବା କୋର୍ଟରେ ଦାଖଲ କରନ୍ତୁ ।

ମୁଁ କେବଳ ମୋ ପଦରୁ ଇସ୍ତଫା ଦେବିନି ,ସାଧାରଣ ଜୀବନରୁ ସନ୍ୟାସ ନେବି ବୋଲି ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ନିନ୍ଦା ଅଭିଯାନରେ ସାମିଲ ନହେବାକୁ ଅନୁରୋଧ କରିଛନ୍ତି । ମୁଁ ବିଧାୟକ ଭାବେ ଶିକ୍ଷାନୁଷ୍ଠାନକୁ ଯାଏ ।  ଅପରାଧ ଘଟିଲେ ମୁଁ କେମିତି ଦାୟୀ ବୋଲି ସେ କହିଛନ୍ତି ।

 

 

Leave A Reply

Your email address will not be published.