ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତ ର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତିର୍ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ ବୁଲି ଦେଖିବା ସହ ସୋଆରେ ଚାଲିଥିବା ଭାରତୀୟ ଜ୍ଞାନ ପରମ୍ପରା ପ୍ରକଳ୍ପମାନ ଦେଖିଥିଲେ ।
ଜ୍ୟୋର୍ତିବିଜ୍ଞାନୀ ଓ ଗଣିତଜ୍ଞ ପଠାଣି ସାମନ୍ତ ବ୍ୟବହାର କରୁଥିବା ଜ୍ୟୋର୍ତିଯନ୍ତ୍ରର ଲଘୁରୂପର ପରିକଳ୍ପନା ଠାରୁ ଆରମ୍ଭ କରି ମହାନ ଭାରତୀୟ ବିଦ୍ୱାନ ଏବଂ ଗଣିତଜ୍ଞ ରାମାନୁଜନ୍, ବ୍ରହ୍ମଗୁପ୍ତ , ଆଚାର୍ଯ୍ୟ ପିଙ୍ଗଳ , ଆର୍ଯ୍ୟଭଟ୍ଟ ଏବଂ ମାଧବ ଆଦିଙ୍କ କାର୍ଯ୍ୟକୁ ଇଂଟର୍ଣ୍ଣସିପ୍ରେ ଅଧ୍ୟୟନ କରିବା ଦେଖି ଖୁସି ହୋଇଥିଲେ ।
ଅନ୍ୟ ଏକ ପ୍ରକଳ୍ପରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରସ୍ତୁତ ଆଇକେଏସ୍ ଆଧାରିତ ବିଜ୍ଞାନ ବହିରୁ ସ୍କୁଲ ପିଲାମାନେ ଶୀଘ୍ର ପ୍ରାଚୀନ ଭାରତୀୟ ଜ୍ଞାନର ଝଲକ ପାଇବେ ବୋଲି କହିଥିଲେ ପ୍ରକଳ୍ପର ପ୍ରମୁଖ ଅନୁସନ୍ଧାନକାରୀ ପ୍ରଫେସର ନଚିକେତା ଶର୍ମା । ଏହା ଏକ ଗୌରବର ବିଷୟ ଯେ ସୋଆରେ ସ୍ଥାପିତ ହେବାକୁ ଯାଉଛି ଆଇକେଏସ୍ ଡିଭିଜନ ତରଫରୁ ଓଡିଆ ଭାଷା କେନ୍ଦ୍ର । ଏନ୍ଇପି ୨୦୨୦ ର ଅଂଶ ରୂପେ ପରିଚାଳିତ ପ୍ରକଳ୍ପ ଦେଖି ଶ୍ରୀ ମୂର୍ତି ଖୁସୀ ହୋଇଥିଲେ ।
ସେ ସିଆଇଆଇ ଏଗଜିବିଟର ବୁଥ୍ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ମାନଙ୍କ ଷ୍ଟାର୍ଟ ଅପ୍ ସମ୍ବନ୍ଧୀୟ ତଥ୍ୟ ଛାତ୍ରଛାତ୍ରୀଙ୍କ ଠାରୁ ବୁଝିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶ୍ରୀ ମୂର୍ତି ସୋଆର ଅତିରିକ୍ତ ଡିନ୍ (ଷ୍ଟୁଡେଂଟସ୍ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିଥିଲେ ।
Comments are closed.