Latest Odisha News

BREAKING NEWS

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଷ୍ଟାଣ୍ଡବାଇ ତାଲିକାରେ ବି ସୂର୍ଯ୍ୟକୁମାରଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଜୁନ ୭ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଦେଶ ଫାଇନାଲ ପାଇଁ ସେମାନଙ୍କ ଟିମ ଘୋଷଣା କରି ସାରିଛନ୍ତି । ଭାରତ ଏପ୍ରିଲ ୨୫ରେ ଘୋଷଣା କରିଥିବା ଟିମରେ ଅଜିଙ୍କ୍ୟ ରାହାନେଙ୍କୁ ସାମିଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ ଦେଇଛି । ଗୁରୁବାର ଫାଇନାଲ ପାଇଁ ଭାରତ ଷ୍ଟାଣ୍ଡବାଇ ଖେଳାଳିଙ୍କ ସୂଚୀ ଜାରୀ କରିଛି । ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ମଧ୍ୟ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିନି ।

ଘୋଷଣା କରାଯାଇଥିବା ୫ଜଣ ଷ୍ଟାଣ୍ଡବାଇ ଖେଳାଳି ହେଲେ ସରଫରାଜ ଖାଁ, ରିତୁରାଜ ଗାଏକ୍ୱାଡ, ଈଶାନ କିଶାନ, ନବଦୀପ ସୈନୀ ଓ ମୁକେଶ କୁମାର । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବୈଠକରେ ସୂର୍ଯ୍ୟକୁମାରଙ୍କ ନାମ ଆଲୋଚନା ମଧ୍ୟ ହୋଇ ନ ଥିଲା । ବିଶ୍ୱର ଏକ ନମ୍ବର ଟି୨୦ ଖେଳାଳି ସୂର୍ଯ୍ୟକୁମାର ଏବେ କିଛି ଦିନ ଖରାପ ପ୍ରଦର୍ଶନ କରୁଛନ୍ତି । ଆଇପିଏଲ ଫାଇନାଲ ୨୮ ମେ ରେ ଖେଳାଯିବ ।

୨୧ରେ ଲିଗ ମ୍ୟାଚ ଶେଷ ହୋଇ ଯାଇଥିବାରୁ ଯେଉଁ ଖେଳାଳି ଫ୍ରି ହେବେ ସେମାନେ ଇଂଲଣ୍ଡ ଗସ୍ତରେ ଯିବେ । ଉଭୟ ଦେଶ ମଧ୍ୟରେ ଏକ ୱାର୍ମ ଅପ ମ୍ୟାଚ ଖେଳାଯିବା ନେଇ ଆଲୋଚନା ଚାଲିଛି । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.