ଭୁବନେଶ୍ୱର: ଚଳିତବର୍ଷ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁସନାଲ୍ ର୍ୟାଙ୍କିଂ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା ।
ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ସାମଗ୍ରିକ ଭାବେ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି ସୋଆକୁ।
ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବା ସହ ସ୍ୱତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି
ର୍ୟାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍ ଆଇ-ଗଜ୍ର ନିର୍ଦ୍ଦେଶକ (ଗ୍ରାହକ ସମ୍ପର୍କ) ଶୁଭାୟୁ
ନାୟକ।
ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ୱ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ
ଗୁରୁବାର ଦିନ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଙ୍ଗ୍’ ପ୍ରଦାନ
କରାଯାଇଛି ।
କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ୍ ବ୍ୟବସ୍ଥା ଯେଉଁଥିରେ ଭାରତର ବିଶ୍ୱବିଦ୍ୟାଳୟ ଓ କଲେଜ ସ୍ତରରେ ବିଭିନ୍ନ
ମାପଦଣ୍ଡକୁ ଆଧାର କରି ସମ୍ମାନ ପ୍ରଦାନ କରାଯାଇଥାଏ ।
ଏହା ଶିକ୍ଷାନୁଷ୍ଠାନ ଗୁଡ଼ିକର ପାରଦର୍ଶିତାକୁ ବୃଦ୍ଧି କରାଇବା ସହ
ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ।
ପୂର୍ବରୁ କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ
ସୋଆକୁ ପୂର୍ବ ଭାରତରେ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜର ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ
ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ (ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।
Comments are closed.