Latest Odisha News

ବିବାହରେ ସୁନା ଖଚିତ ଶାଢୀ ପିନ୍ଧିବେ ଶୋଭିତା

ଚେନ୍ନାଇ: ଅଭିନେତ୍ରୀ ଶୋଭିତା ଧୁଲିପାଲା ଏବଂ ନାଗା ଚୈତନ୍ୟଙ୍କ ବିବାହ ଡିସେମ୍ବର ୪ରେ ହେବାକୁ ଯାଉଛି।

ଏହି ଖାସ ଦିନରେ ଶୋଭିତା କଣ ପିନ୍ଧିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅସଲି ସୁନା ଜରି ଖଚିତ ଥିବା ପାରମ୍ପାରିକ କାଞ୍ଜିଭରମ ରେଶମୀ ଶାଢି ପିନ୍ଧିବେ ବୋଲି ଜଣାପଡିଛି। ଅଭିନେତ୍ରୀ ଜଣକ ପୋଣ୍ଡୁରୁରେ ବୁଣା ହୋଇଥିବା ଏକ ଧଳା ଖାଦିର ଧୋତି ସହିତ ଚୈତନ୍ୟଙ୍କ ପାଇଁ ମ୍ୟାଚ କରୁଥିବା ଏକ ସେଟ୍ କିଣିବାକୁ ଚିନ୍ତା କରିଛନ୍ତି। ତେବେ ଏହି ସବୁ ସପିଂ ସେ ତାଙ୍କ ମାଙ୍କ ସହ ମିଶି କରୁଥିବାର ସୁତ୍ରରୁ ଜଣାପଡିଛି।

ଶୋଭିତା ପ୍ରାୟତଃ ପାରମ୍ପାରିକ ପୋଷାକରେ ଦେଖାଯାନ୍ତି ଯାହା ତାଙ୍କ ନିର୍ବନ୍ଧରେ ମଧ୍ୟ ପ୍ରତିଫଳିତ ହୋଇଥିଲା। ତେବେ ନାଗା ଏବଂ ଶୋଭିତାଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ବର୍ଗ ହିଁ ଉପସ୍ଥିତ ରହିବେ।

ଶୋଭିତା ଏବଂ ନାଗାଙ୍କ ବିବାହର କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଧଳା ରଙ୍ଗର କାର୍ଡରେ ନାଲି ରଙ୍ଗର ପ୍ରିଣ୍ଟ୍ ଅଛି। ଯେଉଁଥିରେ ମନ୍ଦିର, ଘଣ୍ଟି, କଦଳୀ ଗଛ ଏବଂ ଗାଈର ଚିତ୍ର ରହିଛି ଯେଉଁଥିରେ ତେଲୁଗୁ ସଂସ୍କୃତି ପ୍ରତିଫଳିତ ହେଉଛି।

 

Leave A Reply

Your email address will not be published.