Latest Odisha News

BREAKING NEWS

Inter caste marriage:ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୋଗ… ୯ ଜଣଙ୍କ ନାଁରେ ମାମଲା

ବ୍ରହ୍ମପୁର: ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା କରାଗଲେ ମଧ୍ୟ ସମାଜରୁ ବାସନ୍ଦ ପ୍ରଥା ହଟିପାରୁନି। ଖୋଦ୍‌ ସରକାରୀ ଅଧିକାରୀ ବି ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଗଞ୍ଜାମ ଜିଲ୍ଲା ଆସିକା ତହସିଲର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳ ବାସନ୍ଦ ଅଭିଯୋଗ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ପୋଲିସ ୯ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ଅତିରିକ୍ତ ତହସିଲଦାର ଏବଂ ତାଙ୍କ ପରିବାରକୁ କୈବର୍ତ୍ତ ସମାଜ କୁଳରୁ ବାସନ୍ଦ କରାଯାଇଥିଲା।ଏ ସଂକ୍ରାନ୍ତରେ ଛତ୍ରପୁର ଥାନାରେ ଅତିରିକ୍ତ ତହସିଲଦାରଙ୍କ ବାପା ବିଜୟ ବେହେରା ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ ୯ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ସୂଚନା ଦେଇଛନ୍ତି।

ସୂଚନାମୁତାବକ, ଅତିରିକ୍ତ ତହସିଲଦାରଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମରେ । ସେ ଗତ ଫେବୃଆରୀରେ ଅନ୍ୟ ଜାତିରେ ବିବାହ କରିଥିଲେ । ଏଥିରେ କୈବର୍ତ୍ତ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୁଳ ବାସନ୍ଦ କରାଯାଇଥିଲା। କୈବର୍ତ୍ତ ସମାଜ ପକ୍ଷରୁ ପରିବାରକୁ ସମାଜର ଏକ ବିବାହ ଭୋଜିରୁ ବାରଣ ସହ ଅପମାନିତ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଭିଯୋଗକୁ କୈବର୍ତ୍ତ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି।

Comments are closed.