ଭୁବନେଶ୍ୱର : କରୋନାକୁ ନେଇ ସବୁ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ଏବେ ରାଜଧାନୀର ରାଜରାସ୍ତା ଓ ହାଟ ବଜାରରେ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି ।
ଏକକ ଅଭିନୟ(ମାଇମ୍) ତଥା ଥିଏଟର କଳାକାର ଚିତ୍ତରଂଜନ ଶତପଥୀ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ କିପରି ସାମାଜିକ ଦୂରତା ରକ୍ଷା କରିବେ ସେ ନେଇ ବୁଝାଉଛନ୍ତି । କେବଳ ସେତିକି ନୁହେଁ କାଶିଲା ଓ ଛିଙ୍କିଲା ବେଳେ କଣ କଣ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ସେ ନେଇ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ।
ମଙ୍ଗଳବାର ଭୁବନେଶ୍ୱରର କ୍ୟାପିଟାଲ ଥାନା ସମ୍ମୁଖରେ ରାସ୍ତାରେ କରୋନା ରାକ୍ଷାସର ଚିତ୍ର ଅଙ୍କା ଯାଇ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁର ବାର୍ତ୍ତା ଦିଆଯାଇଥିଲା । ଏଥି ସହ କଳାକାର ଚିତ୍ତରଂଜନ ନିଜ ଏକକ ଅଭିନୟ ମାଧ୍ୟମରେ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ ।
ଆଜି ବିଭିନ୍ନ ହାଟରେ ପରିବା କିଣିବାକୁ ଆସିଥିବା ଗ୍ରାହକମାନଙ୍କୁ ସଚେତନ କରାଯାଇଥିଲା । ହାଟରୁ ଫେରିବା ପରେ ହାତକୁ ଭଲ ଭାବରେ ଧୋଇବାର ବାର୍ତ୍ତା ଦିଆଯାଇଥିଲା ।
କମିଶନରେଟ ପୋଲିସର ଏପରି ଅଭିନବ ପ୍ରୟାସକୁ ଲୋକେ ପ୍ରଶଂସା କରିଛନ୍ତି ।
Comments are closed.