ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ହେଲା ଇଂଟରନେଟ୍ ସେବା । ଦୀର୍ଘ ୭ ମାସ ପରେ ସୋସିଆଲ ମଡିଆ ଉପରୁ ହଟିଲା ବ୍ୟାନ୍ । ୨୦୧୯ ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ ପରଠାରୁ ସୋସିଆଲ ମିଡିଆ ଉପରେ କଟକଣା ଲାଗୁ ହୋଇଥିଲା । ତେବେ ଆଜି ଏହାକୁ ପ୍ରଶାସନ ପ୍ରତ୍ୟାହାର କରିଛନ୍ତି ।
ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜମ୍ମୁ-କାଶ୍ମୀରବାସୀ କେବଳ ୨-ଜି ସ୍ପିଡ୍ରେ ଇଂଟରନେଟ ବ୍ୟବହାର କରିପାରିବେ । ଏଥିସହ ନିଜ ନିଜ ସୋସିଆଲ ମିଡିଆ ଆକାଉଂଟକୁ ମଧ୍ୟ ବ୍ୟବହାର କରିବା ସହ କାର୍ଯ୍ୟକ୍ଷମ କରିପାରିବେ ।
କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମିରବାସୀ ନିଜ ନିଜ ଲ୍ୟାଣ୍ଡଲାଇନ୍ ଫୋନ୍ର ମଧ୍ୟ ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ପ୍ରଶାସନଠାରୁ ଏକ ଅନୁମତି ପତ୍ର ଆଣିବାକୁ ପଡିବ । ସେହିପରି ପୋଷ୍ଟ ପେଡ୍ ସିମ୍ ବ୍ୟବହାରକାରୀ ସିଧାସଳଖ ଇଂଟରନେଟ୍ ସେବା ପାଇବେ । ହେଲେ ପ୍ରି-ପେଡ୍ ସିମ୍ ବ୍ୟବହାରକାରୀଙ୍କୁ ଯାଂଚ ପରେ ଇଂଟରନେଟ୍ ସୁବିଧା ମିଳିବ ଜାରି ହୋଇଥିବା ବୋଲି ବିଜ୍ଞାପ୍ତିରେ କୁହାଯାଇଛି ।
BREAKING NEWS
- ବାଥରୁମରୁ ସନ୍ଦେହଜନକ ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
- Bird Count: ଶୀତ ଋତୁରେ ହୀରାକୁଦକୁ ବିଦେଶୀ ପକ୍ଷୀଙ୍କ ଆଗମନ, ଆସନ୍ତାକାଲିଠୁ ପକ୍ଷୀ ଗଣନା…
- Teachers Fight: ମାରପିଟ ହୋଇ ଲହୁଲୁହାଣ ହେଲେ ୨ ଶିକ୍ଷୟିତ୍ରୀ, ତଦନ୍ତ ପାଇଁ ବିଡିଓଙ୍କ ନିର୍ଦ୍ଦେଶ
- Gold Reserves & Price: ସାରା ଦୁନିଆରେ କାହା ପାଖରେ ଅଛି ସର୍ବାଧିକ ସୁନା?, ରେସରେ କେଉଁଠି ଅଛି ଭାରତ ଜାଣନ୍ତୁ…
- ଡନ ୩ ପାଇଁ ସର୍ତ ରଖିଲେ ଶାହାରୁଖ: ରିପୋର୍ଟ
- Sand Mafia: ଦ୍ବୀତିୟ ଦିନରେ ବାଲି ମାଫିଆଙ୍କ ଠିକଣାରେ ଚାଲିଛି ରେଡ୍, ମିଳୁଛି ପୁଳା ପୁଳା ଟଙ୍କା…
- ମିଡ୍ ଡେ’ ଅପରେସନ ବି ଫେଲ୍: ବିଜେଡି ନେତା ଲେନିନ ମହାନ୍ତି
- ୨୫ ମାସ ପରେ ଭାରତୀୟ ଟିମକୁ ଫେରିଲେ ଶ୍ରେୟାଶ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା, ଦୁଇ ଗୋଷ୍ଠୀର ୬ ଗିରଫ
- Maoists Killed: ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
Comments are closed.