Latest Odisha News

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହୋଇପାରେ; ଟ୍ୱିଟର୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ୍ଞାପନରୁ ଆୟ ହ୍ରାସ ହୋଇପାରେ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କହିଛି। ଚତୁର୍ଥ ତ୍ରୟମାସିକରେ କମ୍ପାନୀ ଏହାର ଖର୍ଚ୍ଚକୁ ୨୦ ପ୍ରତିଶତ ବୃଦ୍ଧି କରିଛି। ନଭେମ୍ବର ୩ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏବଂ ଏହା ପରେ ମଧ୍ୟ ବିଜ୍ଞାପନରୁ ଆୟ କେତେ ହ୍ରାସ ହେବ ତାହା ଆକଳନ କରିବା କଷ୍ଟକର ବୋଲି କମ୍ପାନୀ କହିଛି।
ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟରେ ଟ୍ୱିଟର୍‌ର ସେୟାରରେ ହ୍ରାସ ଘଟିଛି। ଟ୍ୱିଟର କହିଛି ଯେ ଆମେରିକାରେ ନିକଟରେ ହୋଇଥିବା ବ୍ଲାକ୍ ଲାଇଭସ୍ ମ୍ୟାଟର୍ସ ବିରୋଧ ସମୟରେ ଅନେକ କମ୍ପାନୀ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। କମ୍ପାନୀ ଆଶଙ୍କା ବ୍ୟକ୍ତ କରିଛି  ​​ଯେ ଆମେରିକା ନିର୍ବାଚନ ସମୟରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇପାରେ। ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୟମାସରେ କମ୍ପାନୀର ଆୟ ୧୪ ପ୍ରତିଶତ ବୃଦ୍ଧି ପାଇଛି।
ତେବେ କମ୍ପାନୀ ଏହା ମଧ୍ୟ କହିଛି ଯେ ଆମେରିକା ନିର୍ବାଚନ ପରେ ରୋଜଗାରରେ ବୃଦ୍ଧି ହୋଇପାରେ। ତୃତୀୟ ତ୍ରୟମାସିକରେ ବିଜ୍ଞାପନରୁ ରାଜସ୍ୱରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଏଥିରେ ପ୍ରାୟ ୪୮୦୦ କୋଟି ରୋଜଗାର କରିଥିଲା। ଟ୍ୱିଟର କହିଛି ଯେ ୨୦୨୧ ପର୍ଯ୍ୟନ୍ତ ସେ କୌଣସି ନୂତନ ବିଜ୍ଞାପନ ଉତ୍ପାଦ ଲଞ୍ଚ କରିବ ନାହିଁ।

 

Comments are closed.