Latest Odisha News

BREAKING NEWS

ନନ୍ଦନକାନନରେ ନୀଳ ଗାଈର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶନିବାର ଦିନ ଏକ ମାଈ ୬୯ ବର୍ଷ ବୟସ୍କ ନୀଳ ଗାଈର ମୃତ୍ୟୁ ଘଟିଛି।

ଉକ୍ତ ନୀଳ ଗାଈଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲା ବୋଲି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସମୟରେ ପ୍ରାଣୀ ଉଦ୍ୟାନରେ ନୀଳ ଗାଈର ସଂଖ୍ୟା ୧୬କୁ ଖସି ଆସିଛି । ଯେଉଁଥିରେ ୧୧ଟି ମାଈ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିଛି । ଯାହାକୁ କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ବନ୍ଦ କରି ଦିଆଯାଇଥିଲା।

Leave A Reply

Your email address will not be published.