Latest Odisha News

BREAKING NEWS

ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି।

ବଙ୍ଗେମୁଣ୍ଡାର ଗାୟତ୍ରୀ ମନ୍ଦିର ନିକଟରେ ଥିବା ଏହି ପ୍ରକ୍ରିୟା କେନ୍ଦ୍ରରେ ବିଭିନ୍ନ ପ୍ରକାରର କ୍ଷୁଦ୍ର ଶସ୍ୟ ମାଣ୍ଡିଆ, କାଦୋ, ଗୁର୍ଜି, କାଙ୍ଗୁ, ବାଜରା ଆଦି ଶସ୍ୟ ସବୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ପ୍ରକ୍ରିୟାକରଣ ହୋଇପାରିବ। ପାରମ୍ପରିକଭାବେ ଗୁଣ୍ଡ କରିକି ମାଣ୍ଡିଆକୁ ଚୁନା କରାଯାଉଥିଲା ଏବେ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କରାଯିବ। ଯାହାଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି। ବଙ୍ଗୋମୁଣ୍ଡା କୃଷକ ଉତ୍ପାଦକ କମ୍ପାନୀ ଓ ସେଲକୋ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Comments are closed.