Latest Odisha News

BREAKING NEWS

ଜିଓ ନେଟ୍‌ୱାର୍କ ଡାଉନ୍‌; ପ୍ରଭାବିତ ୟୁଜର୍ସ

ନୂଆଦିଲ୍ଲୀ: ଭାରତରେ ଜିଓ ନେଟୱାର୍କ ବ୍ୟବହାର କରୁଥିବା ୟୁଜର୍ସ ସମସ୍ୟା ଉପୁଜିଥିବା ‌ରିପୋର୍ଟ ହୋଇଛି।

ହ୍ବାଟସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଅଚଳ ହୋଇ ପୁଣି ଥରେ ସଚଳ ହେବାର କିଛି ଘଣ୍ଟା ପରେ, କିଛି ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ସେଲୁଲାର୍ ନେଟୱାର୍କ ଡାଉନ୍ ଥିବା ଜଣାପଡ଼ିଛି। ଏହି ନେଟୱାର୍କ ସମସ୍ୟା କିଛି ବ୍ୟବହାରକାରୀଙ୍କୁ ପ୍ରଭାବିତ କରିଛି। ଭାରତରେ ଜିଓ ଗ୍ରାହକମାନଙ୍କ ପାଇଁ ଏବେ ଏହା ଏକ ବଡ଼ ପ୍ରସଙ୍ଗ।

ଜିଓ ନେଟୱାର୍କ ବନ୍ଦ ହୋଇଥିବାର ଅନେକ ୟୁଜର୍ସ ଟ୍ୱିଟରରେ ଅଭିଯୋଗ କରିଥିଲେ। ଭାରତରେ #jiodown ଟ୍ରେଣ୍ଡ କରୁଥିବା ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। ଡାଉନଡେଟେକ୍ଟରରେ, ପ୍ରାୟ ୪,୦୦୦ ଉପଭୋକ୍ତା ଜିଓ ନେଟୱାର୍କରେ ନେଟୱର୍କ ସମସ୍ୟା ବିଷୟରେ ଜଣାଇଥିଲେ।

Leave A Reply

Your email address will not be published.