Latest Odisha News

BREAKING NEWS

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ, ସେପଟେ ଏନକାଉଣ୍ଟରରେ ଟଳିଲେ ୨ ଦୁର୍ଦ୍ଦାନ୍ତ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ଜିଲ୍ଲାର ତୋୟନାର ଥାନା ଅନ୍ତର୍ଗତ ମୋରମେଡ ଜଙ୍ଗଲରେ ଆଜି ସକାଳେ ପ୍ରେସର ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣକ ହେଲେ ସିଏଏଫ ଯବାନ ମନୋଜ ପୂଜାରୀ (୨୬) ।

ତୋୟନାର ଏବଂ ଫେରସଗଡ ରାସ୍ତାର ସୁରକ୍ଷା ଦେଉଥିବା ବେଳେ ଅଚାନକ ଯବାନଙ୍କର ଗୋଡ ପ୍ରେସର ବୋମା ଉପରେ ପଡିଯିବାରୁ ବୋମା ବିସ୍ଫୋରଣ ହୋଇଥିଲା । ଯବାନ ଜଣକ ଘଟଣାସ୍ଥଳରେ ହିଁ ସହିଦ ହୋଇଥିଲେ । ତୁରନ୍ତ ଯବାନ ମାନେ ସେହି ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜୋରଦାର କରୁଛନ୍ତି ।

ସେହିଭଳି ଅନ୍ୟପଟେ, ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ କୋଣ୍ଡାଗାଓଁ ଏବଂ ନାରାୟଣପୁର ଜିଲ୍ଲାର ସୀନ୍ତ କିଲମ ଏବଂ ବରଗୁମ ଜଙ୍ଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ଦୁଇ ଜଣ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରୁ ବନ୍ଧୁକ ସହ ମାଓ ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

ଏମାନଙ୍କ ମୁଣ୍ଡରେ ପୂର୍ବରୁ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲେ । ଏଥିସହ ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି । ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଅନୁମାନ କରୁଛନ୍ତି ସୁରକ୍ଷାକର୍ମୀ ।

 

Comments are closed.