Latest Odisha News

BREAKING NEWS

ଭାରତ-ପାକିସ୍ତାନ ସୀମାନ୍ତବର୍ତ୍ତୀ ବିମାନବନ୍ଦରରେ ବେସାମରିକ ଚଳାଚଳ ୩ ମାସ ଲାଗି ବନ୍ଦ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଆକମଣ ପରେ ଭାରତୀୟ ବାୟୁସେନାର ପାକିସ୍ତାନୀ ସୀମା ବାଲାକୋଟରେ ପ୍ରତିଶୋଧାତ୍ମକ ହମଲାରେ ୩୦୦ରୁ ଅଧିକ ଜୈସ-ଇ-ମହମ୍ମଦ ଆତଙ୍କୀ ନିପାତ ହେବା ପରେ ପାକିସ୍ତାନ ପଟରୁ ସୀମାନ୍ତବର୍ତ୍ତୀ ଭାରତୀୟ ପୋଷ୍ଟ ଉପରେ ଘନ ଘନ ଗୁଳିଗୋଳା ଆକ୍ରମଣ ହେଉଛି । ଏହାର ଉଚିତ୍ ଜବାବ ଦେଇଚାଲିଛନ୍ତି ଭାରତୀୟ ସେନା ଓ ବାୟୁସେନା । ଏଥିଲାଗି ସୀମାନ୍ତ ନିକଟବର୍ତ୍ତୀ ପ୍ରାୟ ଅଧିକାଂଶ ବେସାମରିକ ବିମାନ ଚଳାଚଳ ବନ୍ଦ କରିଦେବା ସହିତ ବିମାନ ବନ୍ଦରକୁ ଆଜି ଭାରତୀୟ କର୍ତ୍ତୃପକ୍ଷ ଆସନ୍ତା ୩ ମାସ ଲାଗି ବନ୍ଦ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଭାରତୀୟ ବାୟୁସେନା ଯେଉଁସବୁ ବିମାନ ବନ୍ଦର ଗୁଡ଼ିକୁ ସାଧାରଣତଃ ଅଧିକାଂଶ ସମୟରେ ବ୍ୟବହାର କରିଥାଆନ୍ତି ସେହି ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରିଦିଆଯାଇଛି ।

ଯେଉଁସବୁ ବିମାନବନ୍ଦର ଗୁଡ଼ିକରେ ବେସାମରିକ ବିମାନ ଚଳାଚଳ ବନ୍ଦ କରାଯାଇଛି ସେହି ବିମାନବନ୍ଦର ଗୁଡ଼ିକ ହେଲା ଯଥାକ୍ରମେ – ଶ୍ରୀନଗର, ଜମ୍ମୁ, ପଠାନକୋଟ, ଗଗୁଲ, ଡ଼େରାଡୁନ, ଅମୃତସର, ଲେହ ଏବଂ ଚଣ୍ଡିଗଡ଼ ବିମାନ ବନ୍ଦର ।

ଅବଶ୍ୟ କେତେକ ବିମାନବନ୍ଦରକୁ ସମ୍ପୂର୍ଣ୍ଣ ବନ୍ଦ କରାନଯାଇ ବିମାନଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯାଇଛି ।

ଏହାଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ଅଧିକାଂଶ ଅନ୍ତର୍ଜାତୀୟ ବିମାନର ଉଡ଼ାଣ ବନ୍ଦ ରହିଛି । ଏହାଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀମାନେ ଏହିସବୁ ବିମାନବନ୍ଦର ବ୍ୟବହାର ନକରି ଅନ୍ୟ ବିମାନ ବନ୍ଦର ଗୁଡ଼ିକୁ ବ୍ୟବହାର କରିବା ଲାଗି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.