Latest Odisha News

BREAKING NEWS

‘ବସୁଧା ଯୋଜନା’ ପାଇଁ ଅତିରିକ୍ତ ୧୦୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ବସୁଧା ଯୋଜନା’ରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା ପାଇଁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ୧୦୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୦୦୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ରହିଛି। ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅତିରିକ୍ତ ଅର୍ଥ ମଞ୍ଜୁର କରିଛନ୍ତି।

ଆହୁରି ମଧ୍ୟ ୨୦୧୯-୨୦ ବର୍ଷ ପାଇଁ ମଧ୍ୟ ବସୁଧା ଯୋଜନାରେ ୧୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.