Latest Odisha News

BREAKING NEWS

୩୧ ଯାଏଁ ବରଗଡର ଅଧିକାଂଶ ଅଂଚଳ ସଟଡାଉନ୍‌

ବରଗଡ: ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ଜୁଲାଇ ୨୩ ଠାରୁ ୩୧ ଯାଏଁ ସଟଡାଉନ ରହିବ । କରୋନା ଭାଇରସ ବୃଦ୍ଧି ଆଶଙ୍କାରେ ବରଗଡ଼ ଜିଲ୍ଲାର ଏକାଧିକ ଅଂଚଳ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ବରଗଡ଼ ସବଡିଭିଜନ, ସୋହେଲା ବ୍ଳକ, ବିଜେପୁର ବ୍ଲକ, ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ଓ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦକୁ ସଟଡାଉନ ନେଇ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରୁ ୨୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଳାପାଳ ଏଭଳି ପଦକ୍ଷେପ ନେଇଛନ୍ତି ।

Comments are closed.