Latest Odisha News

BREAKING NEWS

ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ପୁରୀ ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ଅବଗତ ହୋଇଥିଲେ । ଏଥି ସହ କରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଖାଦ୍ୟ ମାନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।

ଅନ୍ୟପକ୍ଷରେ ଜିଲ୍ଲାପାଳ ବଲୱନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଭିଡ୍ କେୟାର ସେଣ୍ଟର,କୋଭିଡ କେୟାର ହୋମ, ଗ୍ରାମ୍ୟ ସ୍ତରୀୟ କରୋନା ପରିଚାଳନା କମିଟି ଗଠନ ସଂପର୍କରେ ଜଣାଇଥିଲେ । ସେହିଭଳି ଜିଲ୍ଲାର ସହରାଞ୍ଚଳ ବସ୍ତିରେ କରୋନା ନିୟନ୍ତ୍ରଣ ପାଇଁ କରୋନା କେୟାର ମନିଟର ଭାବେ ସ୍ୱେଚ୍ଛାସେବୀ ମୁତୟନ, କରୋନା ଟେଷ୍ଟିଂ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାସ, ସୁଭାଷ ଚନ୍ଦ୍ର ନାଥଶର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.