Latest Odisha News

BREAKING NEWS

ଘରୋଇ କଳିର କରୁଣ ପରିଣତି; ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ସମ୍ବଲପୁର: ପୁଅ ସାଜିଲା ନୃଶଂସ । ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ପ୍ରସାଦ ବାଗ । ପୁଅ ଧିରେନ ବାଗକୁ ଅଟକ ରିଖି ପଚରାଉଚରା କରୁଛି ପୋଲିସ ।

ଖବର ମୁତାବକ, କୌଣସି ଭିଷୟକୁ ନେଇ ଗତକାଲି ରାତିରେ ଉଭୟ ବାପା ଓ ପୁଅ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ପୁଅ ଧିରେନ ରାଗିଯାଇ ବାପାଙ୍କୁ ନିର୍ଧୁମ୍ ପିଟିଥିଲା ଫଳରେ ବାପା ରାମ ପ୍ରସାଦ ବାଗଙ୍କର ଘଟଣାସ୍ଥଳରେହିଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଅ ଧିରେନ କୁ ଥାନାକୁ ନେଇ ପଚରା ଉଚରା କିରୁଛି ପୋଲିସ ।

Leave A Reply

Your email address will not be published.