Latest Odisha News

ଭୁଲିଗଲା ସମ୍ପର୍କର ମୂଲ୍ୟ, ଟାଙ୍ଗିଆରେ ହାଣି ମା’କୁ ହତ୍ୟା କଲା ନୃଶଂସ ପୁଅ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ମା’କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ କୁନ୍ତଳା କିଷାନ ।

ଖବର ମୁତାବକ, ଗତକାଲି ରାତିରେ ମା’ କୁନ୍ତଳାଙ୍କ ସହ ପୁଅ ସୁରେଶର କୌଣସି କଥାକୁ ନେଇ ବଚସା ହୋଇଥିଲା ସମୟ କ୍ରମେ ଏହା ବଢି ଝଗଡ଼ାର ରୂପ ନେଇଥିଲା । ପରେ ବିଳମ୍ବିତ ରାତିରେ କୁନ୍ତଳା ଶୋଇଥିବା ଅବସ୍ଥାରେ ଏକ ଟାଙ୍ଗିଆ ଆଣି ହତ୍ୟା କରିଥିଲା ସୁରେଶ ।

ଏହି ଘଟଣା ସଂପର୍କରେ ଜାଣିପାରି କୁନ୍ତଳାଙ୍କ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଅ ସୁରେଶ କିଷାନକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Leave A Reply

Your email address will not be published.