ସୁନ୍ଦରଗଡ଼: ଜନ୍ମଦାତ୍ରୀକୁ ହତ୍ୟା କଲା ପୁଅ । ତଣ୍ଟି କାଟି ବୀଭତ୍ସ ହତ୍ୟା କରିଛି । ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ବାହିୟାମ ଗାଁରେ । ମାଆର ତଣ୍ଟି କାଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଫେରାର୍ ଅଛି । ତା ନାଁ ରାଜୁ ଗୌଡ଼ । ମାଆ ଟଙ୍କା ନଦେବାରୁ ଧାରୁଆ ଅସ୍ତ୍ରରେ ତଣ୍ଟିକୁ କାଟି ଦେଇଥିଲା ।
ମୃତଦେହକୁ ଲୁଚାଇ ରଖିଥିଲା ରାଜୁ । ଦୁର୍ଗନ୍ଧ ହେବା ପରେ ଲୋକ ଜାଣିଲେ । ଏନେଇ ପୋଲିସକୁ ଜଣାଇଥିଲେ । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ପୁଅ ରାଜୁ ଗୌଡ଼କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ ।
Comments are closed.