Latest Odisha News

BREAKING NEWS

ଟଙ୍କା ଦେଲାନି ମାଆ : ଲୁହା ଶାବଳରେ ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ

କରଞ୍ଜିଆ: ଜନ୍ମକଲା ମାଆକୁ ଶାବଳର ପିଟି ପିଟି ହତ୍ୟା କଲା ସୈତାନ୍ ପୁଅ । ତାହା ପୁଣି ସାମାନ୍ୟ ବଚସାକୁ କେନ୍ଦ୍ର କରି । ଏମିତି କିଛି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ନକ୍ସରା ଗାଁରେ । ମୃତକ ଫୁଲମଣି ଗିରି ବୋଲି ଜଣାପଡିଛି । ସୂଚନା ଅନୁସାରେ ପୁଅ ମିଥୁନ ଗିରି ଓ ତାଙ୍କ ମା’ ଫୁଲମଣି ଗିରିକୁ କୌଣସି କାର୍ଯ୍ୟ ପାଇଁ ଟଙ୍କା ମାଗିଥିଲା ।

ହେଲେ ମା’ ଫୁଲମଣି ଟଙ୍କା ଦେବାକୁ ମନା କରିଦେଇଥିଲେ । ଫଳରେ ପୁଅ ମିଥୁନ ନିଶାଶକ୍ତ ଅବସ୍ଥାରେ ଆସି ଏକ ଲୁହା ଶାବଳ ଦ୍ଵାରା ପିଟିପିଟି ମାଆକୁ ହତ୍ୟା କରିଛି । ପରେ ଖବର ପାଇ ଘାଗରବେଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟାକାରୀ ପୁଅ ମିଥୁନକୁ ଗିରଫ କରିଛି  ।

Leave A Reply

Your email address will not be published.