Latest Odisha News

ସୁଭାଷ ଶତପଥୀଙ୍କ ଅନୂଦିତ ସଙ୍କଳନ ‘ମରୀଚିକା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ


ଭୁବନେଶ୍ୱର : ଅନୁବାଦ ସାହିତ୍ୟ ‘ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ’ ଆନୁକୂଲ୍ୟରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କୋଙ୍କଣୀ ଗାଳ୍ପିକ ଦାମୋଦର ମାଜୋଙ୍କ ୧୨ଗୋଟି ନିର୍ବାଚିତ ଗଳ୍ପକୁ ନେଇ ଅନୁଦିତ ସଙ୍କଳନ”ମରାଚିକା ଓ ଅନ୍ୟାନ୍ୟ ଗଳ୍ପ” ସ୍ଥାନୀୟ ‘ଆମ ଓଡ଼ିଶା’ ସଭାଗୃହରେ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଅନୁବାଦକ ସୁଭାଷ ଶତପଥୀ ଏହି ଗଳ୍ପ ଗୁଡ଼ିକର ଅନୁବାଦ କରିଛନ୍ତି ।

ଏହି ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ସଂଗ୍ରାମ ଜେନା ମୁଖ୍ୟ ଅତିଥି ଏବଂ ବରିଷ୍ଠ ଗବେଷକ ଅସିତ ମହାନ୍ତି, ଅନୁବାଦ ସାହିତ୍ୟ ବରିଷ୍ଠ ଆଲୋଚକ ନରେନ୍ଦ୍ର ନାରାୟଣ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଓଡ଼ିଆ ସହ ବିଭିନ୍ନ ଭାରତୀୟ ଭାଷା ତଥା ବିଶ୍ଵ ଅନୁବାଦ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।

ଟ୍ରଷ୍ଟର ଉପ-ସଭାପତି ସୋମେଶ ମହାପାତ୍ରଙ୍କ ସ୍ଵାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଦକ ତାପସରଞ୍ଜନ ତ୍ରିପାଠୀ ପରିଚାଳନା କରିଥିଲେ।

Leave A Reply

Your email address will not be published.