Latest Odisha News

BREAKING NEWS

ସୋନାଙ୍କ କଣ୍ଠରେ ପୁଣି ଥରେ “ଆହେ ନୀଳ ଶୈଳ”

ଭୁବନେଶ୍ୱର : ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଭଜନ ଆହେ ନୀଳ ଶୈଳକୁ ଏକ ନିଆରା ଢଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମହାପ୍ରଭୁଙ୍କ ଏହି ଭଜନକୁ ସେ ନିଜର ମାତୃଭୂମି ପାଇଁ ସମର୍ପିତ କରିଛନ୍ତି ।

କରୋନା ମହାମାରୀର ପ୍ରକୋପ ସମୟରେ ଏହି ଭଜନ ମନକୁ ଶାନ୍ତ ରଖିବା ସହ ସାହସ ଓ ଶକ୍ତି ଦେବ ବୋଲି ସୋନା କହିଛନ୍ତି। ଏହି ଭଜନକୁ ଗାଇବା ପୂର୍ବରୁ ୭୨ ଘଣ୍ଟା ଧରି ସେ ଅଭ୍ୟାସ କରିଥିଲେ ଏବଂ ତାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହା ମୁକ୍ତିଲାଭ କରିଥିଲା।

ସୂଚନାଯୋଗ୍ୟ ଯେ ୨ ବର୍ଷ ପୂର୍ବେ ଏହି ଭଜନର ରିମେକ କରି ସୋନା ବିବାଦିତ ହୋଇଥିଲେ ।

Leave A Reply

Your email address will not be published.