Latest Odisha News

BREAKING NEWS

ଅର୍ଣ୍ଣବଙ୍କ ସମର୍ଥନରେ ବାହାରିଲେ ସୋନା ମହାପାତ୍ର

ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମର୍ଥନରେ ବାହାରିଲେ ବଲିଉଡ ଗାୟିକା ସୋନା ମହାପାତ୍ର । ତାଙ୍କୁ ଜେଲରେ ରଖିବା ଘଟଣାକୁ ସେ ଜୋରଦାର ବିରୋଧ କରିଛନ୍ତି ।

ସୋନା ଟ୍ୱିଟ୍ କରି କହିଛନ୍ତି, ଯେଉଁମାନେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିନଥିବାରୁ ସମର୍ଥନ କରୁଛନ୍ତି ଓ ତାଙ୍କୁ ଜେଲରେ ରଖିଥିବାରୁ ମଜା ନେଉଛନ୍ତି, ଯେଉଁ ଜେଲରେ ଆତଙ୍କବାଦୀ ଓ ଅଣ୍ଡରୱାର୍ଲଡର ଗୁଣ୍ଡାମାନେ ଅଛନ୍ତି, ସେମାନେ ଫାସିବାଦ ଠାରୁ କମ ନୁହନ୍ତି। ଆପଣମାନେ ରାଜନୈତିକ ନିଆଁରେ ଘିଅ ଢାଳୁଛନ୍ତି। ଏହା ରୋଗୀଣା ମାନସିକତା। ଦୁଇଟି ଭୁଲ କଥାକୁ ମିଶାଇ ଠିକ କରାଯାଇ ପାରିବନାହିଁ। ସୋନା ମହାପାତ୍ରଙ୍କ ଏହି ଟ୍ୱିଟକୁ ଅନେକ କିଛି ଲୋକ ସମର୍ଥନ କରିଥିବେଳେ କିଛି ଲୋକ ବିରୋଧ ମଧ୍ୟ କରିଛନ୍ତି।

ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇଛନ୍ତି। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି ଅର୍ଣ୍ଣବ ଗିରଫ ହୋଇଛନ୍ତି। ବର୍ତ୍ତମାନ ମୁମ୍ବାଇ ବାହାରେ ଥିବା ତଲୋଜା ଜେଲରେ ଅଛନ୍ତି ଅର୍ଣ୍ଣବ । ବମ୍ବେ ହାଇକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଖାରଜ କରିଛନ୍ତି। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Comments are closed.