ଆଭ୍ୟନ୍ତରୀଣ କନ୍ଦଳ ଓ ସଂକଟ ଦୂର କରିବାରୁ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ସହ ସୋନିଆଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ଦୂର ସହ ସଂଗଠନକୁ ସୁଦୃଢ଼ କରିବା ନେଇ ସୋନିଆ ଗାନ୍ଧିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିଲ୍ଲୀ ୧୦ ଜନପଥ ସ୍ଥିତ ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଏଥିରେ ଅସନ୍ତୁଷ୍ଟ ୨୩ ଜଣ ବରିଷ୍ଠ ନେତାଙ୍କ ସହ ବିଭିନନ୍ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।
ଦଳୀୟ କନ୍ଦଳ ଦୂର କରିବା ସହ କଂଗ୍ରେସ ସଂଗଠନକୁ କିଭଳି ସୁଦୃଢ଼ କରାଯାଇ ପାରିବ ସେନେଇ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ତଥା ଅଭ୍ୟନ୍ତରୀଣ ନିର୍ବାଚନ ନିମନ୍ତେ ଚିଠି ଲେଖିଥିଲେ ୨୩ଜଣ କଂଗ୍ରେସ ନେତା । ସେମାନଙ୍କ ମଧ୍ୟରୁ ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ଆଜିର ଏହି ବୈଠକରେ ଯୋଗ ଦେଇଛନ୍ତି ।
ଏମାନଙ୍କ ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର, ମନୀଷ ତିଓ୍ଵାରୀ, ହରିଶ ରାଓ୍ଵତ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥ, ବରିଷ୍ଠ ନେତା ଏ. କେ. ଆଣ୍ଟୋନି, ପି. ଚିଦମ୍ବରମ୍, ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି ।
Comments are closed.