Latest Odisha News

BREAKING NEWS

ଏଥର ଜନ୍ମଦିନ ପାଳିବେନି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କ ଜନ୍ମଦିନ ୯ ଡିସେମ୍ବରରେ ପାଳନ କରିବେ ନାହିଁ। କୃଷି ଆଇନ ଏବଂ ଦେଶରେ କରୋନା ଭୂତାଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ତିନି ଦିନ ଧରି ଦେଶର ତିନୋଟି କୃଷି ନିୟମକୁ ବିରୋଧ କରିଆସୁଥିବା କୃଷକମାନେ ଆଜି ‘ଭାରତ ବନ୍ଦ’ ଘୋଷଣା କହିଛନ୍ତି। ଏହି ଦେଶବ୍ୟାପୀ ଭାରତ ବନ୍ଦ ଆଜି ସକାଳ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଆରମ୍ଭ ହେବ। କୃଷକଙ୍କ ଏହି ବନ୍ଦକୁ କଂଗ୍ରେସ ସମେତ ଅନେକ ରାଜନୈତିକ ଦଳର ସମର୍ଥନ ମଧ୍ୟ ମିଳିଛି।

BjdElectrycity

ରିପୋର୍ଟ ଅନୁଯାୟୀ, ପୂର୍ବରୁ ରାଜସ୍ଥାନ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟସରା କହିଥିଲେ ଯେ ସୋନିଆ ଗାନ୍ଧୀ ଚଳିତ ବର୍ଷ ଚାଷୀଙ୍କ ସମର୍ଥନରେ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀରେ ଡୋଟସରା ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ କଂଗ୍ରେସ କର୍ମୀ କୃଷକଙ୍କ ସହ ରାସ୍ତାରେ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିବା ନଜର ଆସିବେ।

Leave A Reply

Your email address will not be published.