Latest Odisha News

BREAKING NEWS

ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ସୋନିଆ

ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୫ତମ ଜୟନ୍ତୀ । ସାରା ଦେଶରେ ତାଙ୍କ ଜନ୍ମ ଦିବସକୁ ପାଳନ କରାଯାଉଛି । ତାଙ୍କ ପୁତ୍ରବଧୂ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ  ଓ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ତାଙ୍କ ସ୍ମାରକୀ ‘ଶକ୍ତି ସ୍ଥଳ’କୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଭୁପିନ୍ଦର ହୁଡା ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଇନ୍ଦିରା ଗାନ୍ଧୀ ୧୯୧୭ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ତାଙ୍କୁ ‘ଆଇରନ୍ ଲେଡି ଅଫ୍ ଇଣ୍ଡିଆ’ ବୋଲି କୁହାଯାଏ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଝିଅ ଇନ୍ଦିରା ଛୋଟ ବେଳୁ ତାଙ୍କ ସହ ସବୁ ସଭା ସମିତିକୁ ଯାଉଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ଓ ରାଜନୀତିରେ ଆଗ୍ରହ ତାଙ୍କୁ ପରବର୍ତ୍ତୀ କାଳରେ ଦେଶର ପ୍ରଧାନମନ୍ତ୍ରୀ ସ୍ଥାନରେ ଅବସ୍ଥାପିତ କରିଥିଲା ।

ସେ ଲମ୍ୱା ସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ । ୧୯୬୬ରୁ ୧୯୭୭ ଓ ୧୯୮୧ରୁ ୧୯୮୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ତେବେ ଦେଶରେ ଜରୁରୀକାଳୀନ ସ୍ଥିତି ପାଇଁ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ସେ ଥିଲେ ‘ଓମେନ୍ ଅଫ୍ ଦ ମିଲେନିୟମ୍’ । ୧୯୮୪ ଅକ୍ଟୋବର ୩୧ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

Leave A Reply

Your email address will not be published.