Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଫୋନ ଲାଗିଗଲା ।ଆସ୍ଥା : “ହଁ କଣ ହେଲା କୁହ ସାଗର ,କଣ କିଛି ଅସୁବିଧା ହୋଇଛି ? ତୁମେ ଥରେ ଫୋନ କରି କାଟିଦିଅ। ମୁଁ ମୋର ପରେ ସୁବିଧା ଦେଖି କରେ କିନ୍ତୁ ….ସେଥିପାଇଁ ବ୍ୟସ୍ତ ଲାଗିଲା ।”

ସାଗର:ବରମ୍ପୁରର ଗୋପାଳ ପୁର ଅଞ୍ଚଳରେ ଲଗାତାର ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଘରେ ଘରେ ପାଣି ପଶିଯାଇଛି ।ଚାରିଆଡ଼ ଜଳାନ୍ନବ ଲୋକେ ପାଣିଘେରରୁ ବାହାରି ପାରୁ ନାହାଁନ୍ତି । ଖାଇବା ପିଇବାକୁ ନପାଇ ପିଲା ଛୁଆ କତରା ଲଗା ହେଲେଣି !!

ଆସ୍ଥା :ଶୀଘ୍ର ଆମର କର୍ମଚାରୀ ଙ୍କ ଭିତରେ କାମ ବାଣ୍ଟି ଦେ ।ଉଦ୍ଧାର କାର୍ଯ୍ୟ ପାଇଁ ଆଗ କିଛି କର୍ମଚାରୀଙ୍କୁ ଗାଡ଼ି ଦେଇ ପଠେଇ ଦେ ।ତାପରେ ଖାଇବା ଜିନିଷ , ପାଣି , ପାଲ,ଆମ୍ବୁଲାନ୍ସ ,ଟ୍ରେକର ଆଉ ଯାହା ଦରକାରୀ ଜିନିଷ ସବୁ ଯୋଗାଡ଼ କରି ଯାଇ ସେ ଜାଗାରେ ଶୀଘ୍ର ପହଞ୍ଚ ।ମୁଁ ବି ଏପଟୁ ଆଉ କିଛି ଜରୁରୀ କାଳୀନ ଜିନିଷ ପତ୍ର ଧରି ସେଠି ଯାଇ ପହଞ୍ଚୁଛି କହି ଫୋନ କାଟି ବାହାରି ପଡ଼ିଲା ଗୋପାଳ ପୁର ଉଦ୍ଦେଶ୍ୟରେ ……!

ସମ୍ଭବଙ୍କର ଏତିକି ବେଳକୁ ଖାଇବା ସାରିଲାଣି ।ସେ ହାତ ଧୋଇବା ପାଇଁ ବେସିନ୍ ପାଖକୁ ଯାଇ ହାତ ଧୋଉ ଧୋଉ କହୁଥିଲେ , ଆସ୍ଥା ..କିଛି ଖାଇ ଦେଇ ଯାଅ !

ଆସ୍ଥା କିଛି ନ ଶୁଣି ବାହାରି ପଡ଼ିଲା ଜଣ ସାଧାରଣଙ୍କ ସେବା କରିବା ପାଇଁ ! ” ତୁମେ ମୋ ପାଇଁ ଆଦୌ ବ୍ୟସ୍ତ ହୁଅନି ,ମୋ ଭ୍ୟାନିଟି ବ୍ୟାଗରେ ବ୍ରେଡ଼, କେକ୍ ,ବିସ୍କେଟ ସବୁ ଅଛି ,ଭୋକ ହେଲେ ଖାଇନେବି କହି କହି ବାହାରି ପଡୁଥିଲା …..।

 

କ୍ରମଶଃ

Leave A Reply

Your email address will not be published.