Latest Odisha News

BREAKING NEWS

କରୋନା କାଳରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର୍ ନେଇ କଂଗ୍ରେସର ଅଭିଯୋଗ, ତୁରନ୍ତ ତଦନ୍ତ ପାଇଁ ଦାବି

କଟକ: କରୋନା ମହାମାରୀ ସମୟରେ ମାସ୍କ, ସାନିଟାଇଜର, ସାବୁନ ଓ ସ୍ପ୍ରେ ମେସିନ କିଣାରେ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତୁରନ୍ତ ତଦନ୍ତ କରାଯାଉ ବୋଲି ଏକ ଦାବିପତ୍ର ନିଶ୍ଚିନ୍ତକୋଇଲି ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରିଛି।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ମାହାଙ୍ଗା ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ସମସ୍ତ ଜିନିଷ କିଣାରେ ୩୫ଲକ୍ଷ ୮୩ହଜାର ୪୦୫ଟଙ୍କା ହେରଫେର କରାଯାଇଥିବା ସୂଚନା ଅଧିକାର ଦ୍ୱାରା ପ୍ରାପ୍ତ ହୋଇଥିବା ଅଡିଟ ରିପୋର୍ଟ କାଗଜ ଦେଖାଇ ବ୍ଲକ କଂଗ୍ରେସ ଅଭିଯୋଗ ଆଣିଛି। ଯଦି ତୁରନ୍ତ ଏହି ଦୁର୍ନୀତିର ତଦନ୍ତ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Leave A Reply

Your email address will not be published.