Latest Odisha News

୨୦୨୪ ଯାଏ କଂଗ୍ରେସର ହାଇକମାଣ୍ଡ ରହିବେ ସୋନିଆ

ନୂଆଦିଲ୍ଲୀ: ସୋନିଆ ଗାନ୍ଧି ୨୦୨୪ ଯାଏ ଦେଶର ସର୍ବପୁରାତନ ଦଳ କଂଗ୍ରେସର ମୁଖିଆ ପଦରେ ରହିବେ।ସୋନିଆ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ସଭାପତି ରହିବେ ବୋଲି ସୂଚନା ମିଳିଛି। ଯୁବ ଚେହେରାମାନଙ୍କୁ ଦଳ ପ୍ରମୁଖ ପଦବୀରେ ନିଯୁକ୍ତ ଦେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସୂତ୍ରରୁ ପ୍ରକାଶ।

ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ନାହିଁ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବିଶାଳ ଯୋଜନା କରୁଛି ଯେଉଁଥିରେ ଯୁବ କଂଗ୍ରେସ ନେତା ତଥା ଗାନ୍ଧୀ ବିଶ୍ୱସ୍ତମାନେ ଦଳ ସଂଗଠନ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ସୂଚନା ଅନୁଯାୟୀ ଦଳ ଚାରିଜଣ କାର୍ଯ୍ୟରତ ସଭାପତି ନିଯୁକ୍ତ କରିବ ଯାହା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରମୁଖ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ। ଏହି ତାଲିକା ପାଇଁ ଗୁଲାମ ନବୀ ଆଜାଦ, ସଚିନ ପାଇଲଟ, କୁମାରୀ ସେଲଜା, ମୁକୁଲ ୱାସନିକ ଏବଂ ରମେଶ ଚେନ୍ନାଇଥାଲାଙ୍କ ନାଁ ଆଗରେ ରହିଛନ୍ତି।

ତେବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ନୂତନ ଭୂମିକା ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

Comments are closed.