Latest Odisha News

BREAKING NEWS

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:  ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ ।  ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।  ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି ।  ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି ଘୋଷଣା କରିଛି  । ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଜଣାପଡ଼ିଛି । ଭୁବନେଶ୍ବରରେ ମଧ୍ୟ ସତ୍ୟାଗ୍ରହ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ  ପ୍ରବର୍ତନ ନିର୍ଦ୍ଦେଶାଳୟ ପୁଣି ହାଜର ହେବା ପାଇଁ ସୋନିଆଙ୍କୁ କହିଛି । ତେଣୁ  ଦ୍ବିତୀୟ ଥର ପାଇଁ ପଚରା ଉଚରା କରିବେ ଇଡି ଅଧିକାରୀ । ଗତ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ  ଦୁଇ ଘଂଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ନେସନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କଥିତ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରୁଛି ।

ସେପଟେ କଂଗ୍ରେସ ନେତା କହିଛନ୍ତି ମୋଦୀ ସରକାର ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି । ଏଥିସହ ଗୁଜରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କୁ ଜେରାକୁ ନେଇ ମଧ୍ୟ ସେ ପକ୍ଷ ରଖିଛନ୍ତି । ଗତ ଗୁରୁବାର ସୋନିଆ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା ।

Leave A Reply

Your email address will not be published.