Latest Odisha News

BREAKING NEWS

ନୂଆପଡ଼ାରେ ବ୍ୟାପିଲା ଡାଇରିଆ : ଜଣଙ୍କର ମୃତ୍ୟୁ, ୧୦ରୁ ଅଧିକ ଗୁରୁତର

ନୂଆପଡ଼ା : କାଶୀପୁର ପରେ ନୂଆପଡ଼ାରେ ଡାଇରିଆ । କୋମନା ବ୍ଲକ ଜଟଗଡ଼ ଗାଁରେ ବଢ଼ିବାରେ ଲାଗିଛି ଡାଇରିଆ ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଗୁରୁତର ଥିବା ନେଇ ସିଡିଏମ୍ଓ ସୂଚନା ଦେଇଛନ୍ତି । ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନୂଆପଡ଼ାରେ ଯେତେବେଳେ ଝାଡାବାନ୍ତି ଆରମ୍ଭ ହୋଇଥିଲା ସେତେବେଳେ ସଠିକ୍ ଚିକିତ୍ସା ମିଳିନଥିବାରୁ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢିଯାଇଥିଲା।ଗତକାଲି ସ୍ଥିତି ଅଣାୟତ ଏବଂ ରୋଗୀ ସଂଖ୍ୟା ବଢି ଯାଇଥିବାରୁ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖିବାକୁ ମିଳିଛି । ଗାଁରେ ଏକ ଡାକ୍ତରୀ ଦଳ ପହଂଚି ରୋଗୀଙ୍କୁ ଚିକିତ୍ସା ଚଲାଇଥିବା ବେଳେ  ସଚେତନ କରୁଛନ୍ତି ।  ଗୁରୁତରମାନଙ୍କୁ ରୋଗୀଙ୍କୁ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ଗତକାଲି ଗୁରୁତର ଅବସ୍ଥାରେ ଲାଳଦେଇ ହଂସ ନାମକ ମହିଳାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସାଧୀକାରୀ  ।

ଗାଁ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ସୁବିଧା ଯୋଗାଇ ଦେବା ଜରୁରୀ ହୋଇ ପଡିଛି ।

 

Leave A Reply

Your email address will not be published.